କିଛି ଦିନ ପରେ ପୁଣି ଫେରିଲେ ହାତୀପଲ

0

ପାଟଣା : ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଚକୁ ଧସେଇ ପଶିଲେ ହାତୀପଲ । ବନବୀର , କୁଦାବେଡ଼ା ଅଞ୍ଚଳରେ ଅନେକ ଧାନ ଫସଲ ନଷ୍ଟ କଲେ ହାତୀପଲ । ସ୍ଥାନୀୟଲୋକ ଭୟଭୀତ । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି । ଖବର ଅନୁଯାୟୀ, କିଛି ମାସର ବ୍ୟବଧାନ ପରେ ପାଟଣା ରେଞ୍ଜକୁ ଧସେଇ ପସିଛନ୍ତି ୧୦ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ପଟୁ ଆସି ବୈତରଣୀ ନଦୀପାର ହୋଇ ବନବୀର ଓ କୁଦାବେଡ଼ା ଗାଁର ପସିଥିଲେ । ଅନେକ ଧାନ ଫସଲ ଦଳିଚକଟି ନଷ୍ଟ କରିଛନ୍ତି ହାତୀପଲ । ଏବେ ହାତୀପଲ ଠାକୁରମୁଣ୍ଡା ଚତୁରୀସାହି ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.