କିଛି ଦିନରେ ଦାମ୍ ବଢିବା ପରେ ଆଜି ଖସିଛି ସୁନା ଦାମ୍

0

ନୂଆଦିଲ୍ଲୀ : ସୁନା ଦାମ୍ ୪୫,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ତଳକୁ ଖସିଆସିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଏପ୍ରିଲ ଡେଲିଭରୀ ପାଇଁ ଗୋଲ୍ଡ ୬୪ ହଜାର ଟଙ୍କାରୁ ହ୍ରାସ ପାଇ ୪୪,୮୮୭ ଟଙ୍କା ପ୍ରତି ୧୦ ଗ୍ରାମରେ ଟ୍ରେଡ୍ କରୁଥିଲା । ଗତ କିଛି ଦିନରେ ସୁନା ଦାମ୍ ଲଗାତର ବଢୁଥିଲା । ଗୁରୁବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ୧୦୫ ଟଙ୍କା ବୃଦ୍ଧି ପାଇ ୪୪,୫୦୯ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଥିଲା । ଯଦିଓ ରୂପା ୧୦୭୩ ଟଙ୍କା ପ୍ରତି କିଲୋ ବୃଦ୍ଧି ପାଇ ୬୭,୩୬୪ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚି ଯାଇଥିଲା ।

ଗୁଡ୍ ରିଟର୍ଣ୍ଣ ଅନୁସାରେ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୪,୩୬୦ ଟଙ୍କା ପ୍ରତି ୧୦ ଗ୍ରାମରେ ଚାଲୁଛି । ଯଦିଓ ୨୪ କ୍ୟାରେଟ୍ ସୁନା ଦାମ୍ ୪୮,୩୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । କୋଲକାତାରେ ୨୨ କ୍ୟାରେଟ୍ ସୁନା ଦାମ୍ ୪୪,୫୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ଯଦିଓ ୨୪ କ୍ୟାରେଟ୍ ସୁନା ୪୭,୨୯୦ ଟଙ୍କା ପ୍ରତି ୧୦ ଗ୍ରାମ ଦାମରେ ବିକ୍ରି ହେଉଛି । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ୪୪,୨୯୦ ଟଙ୍କା ପ୍ରତି ୧୦ ଗ୍ରାମରେ ରହିଛି । ଯଦିଓ ୨୪ କ୍ୟାରେଟ୍ ସୁନା ଦାମ୍ ୪୫,୨୯୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

Leave A Reply

Your email address will not be published.