କିଙ୍ଗ ଜର୍ଜ ମେଡିକାଲ୍‌ ୟୁନିଭରସିଟିରେ ୩୮ ଡାକ୍ତର ଓ ୩ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କରୋନା ମହାମାରୀ ବେକାବୁ ହୋଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୫୯୨୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭,୫୦୯ ହୋଇଛି । ସେପଟେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ୍‌ ୟୁନିଭରସିଟି (କେଜିଏମ୍‌ୟୁ)ର କୁଳପତିଙ୍କ ସମେତ ୩୮ ଜଣ ଡାକ୍ତର ଓ ୩ ସ୍ୱାସ୍ଥ୍ୟକର୍ମୀ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇସାରିଥିଲେ ।

କେଜିଏମ୍‌ୟୁର ମୁଖପାତ୍ର ଡାକ୍ତର ସୁଧୀର କୁମାର କହିଛନ୍ତି, କୁଳପତି ଲେଫ୍ଟନାଣ୍ଟ ଜେନେରାଲ୍‌ ଡାକ୍ତର ବିପିନ ପୁରି ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି । ତାଙ୍କୁ ଜ୍ୱର ହୋଇଛି । ଡାକ୍ତର ପୁରି ଗତବର୍ଷ ମଧ୍ୟ କୋଭିଡ୍‌ ଦ୍ୱାରା ସଂକ୍ରମିତ ହୋଇଥିଲେ।

Leave A Reply

Your email address will not be published.