କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ

0

ବନ୍ଧୁଗାଁ,: ବନ୍ଧୁଗାଁ ଥାନା ଅନ୍ତର୍ଗତର କୋମ୍ଭୁଗାଣ୍ଡା ଗ୍ରାମ ପଞ୍ଚାୟତର କୋମ୍ଭୁଗାଣ୍ଡା ଗ୍ରାମ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଗତ ପାଞ୍ଚମାସ ପୂର୍ବେ କୋମ୍ଭୁଗାଣ୍ଡା ଗ୍ରାମର ନବୀନ ମେଲେକାଙ୍କ ସହ ଆନ୍ଧ୍ରର ବିଜୟ ନଗରମ ଜିଲ୍ଲାର କୋମରୋଡା ଥାଆନର ଗୁଣଆଖାଳ ପଞ୍ଚୟତର କୁନ୍ତେସୁ ଗ୍ରାମର କୋଣ୍ଡାଗୋରି ରାଜେୟାଙ୍କ ବଡ଼ଝିଅ ଶାନ୍ତି କଣ୍ଡାଗୋରିଙ୍କ ସହ ରିତି ନିତୀ ଅନୁଯାଇ ବିବାହ ହୋଇଥିଲ । ଏଥି ମଧ୍ୟରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ବହୁତ ଆନନ୍ଦ ଓ ଖୁସିରେ ରହୁଥିଲେ । କୌଣସି କାରଣରୁ ଶାନ୍ତି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାଙ୍କୁ ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରିବା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଶାନ୍ତିଙ୍କୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ଶାନ୍ତିଙ୍କ ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Leave A Reply

Your email address will not be published.