କୀଟନାଶକ ପିଇ ଆତ୍ମହତ୍ୟା କଲେ ଯୁବକ

0

ଦାରିଙ୍ଗବାଡ଼ି,: କୀଟନାଷକ ଔଷଧ ଖାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ ।

ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୯ଟାରେ ଘରେ ଥିବା କୋବି ପୋକ ମରା ଔଷଧକୁ କର୍ଣ୍ଣ ଖାଇଦେଇ ଗୋରୁ ଚରାଇବାକୁ ଚାଲିଯାଇଥିଲେ । ଆଉ କିଛି ସମୟ ପରେ ଘରକୁ ଫେରିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ବାହାରୁଥିବା ଦେଖି ମାଆ ସନ୍ଦେହ କରିଥିଲେ । ତାଙ୍କୁ ତୁରନ୍ତ ଦାରିଙ୍ଗବାଡ଼ି ମେଡିକାଲ୍‌କୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା । ଦାରିଙ୍ଗବାଡ଼ି ଥାନା ଏସ୍‌ଆଇ ସୌମ୍ୟକାନ୍ତ ପଣ୍ଡା ମେଡିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ଯୁବକ ଜଣକ ପ୍ରେମରେ ବିଫଳ ହେବା ପରେ ଏପରି କରିଥିବା ଜଣାପଡିଛି । ଯେଉଁ ଯୁବତୀକୁ କର୍ଣ୍ଣ ଭଲ ପାଉଥିବା ବେଳେ ଯୁବତୀ ଜଣକ କୁଆଡେ ମନା କରି ଦେଇଥିଲା। ଫଳରେ ପ୍ରେମରେ ବିଫଳ ହୋଇ କର୍ଣ୍ଣ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.