ଖୋଲିବ ମା’ ସମଲେଶ୍ବରୀଙ୍କ ମନ୍ଦିର

0

ସମ୍ବଲପୁର : ଆସନ୍ତା ୩ ତାରିଖରୁ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁ କରିପାରିବେ ଦର୍ଶନ । ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ୍ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।

ସୋମବାର ବ୍ୟତୀତ ସପ୍ତାହର ସବୁଦିନ ମନ୍ଦିର ଖୋଲାରହିବ । ସୋମବାର ଦିନ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ସକାଳ ୬ରୁ ଦିନ ୧୧ଟା ୩୦ ଓ ଅପରାହ୍ନ ୩ଟାରୁ ୭ଟା୩୦ ଯାଏଁ ଦର୍ଶନ ପାଇଁ ଅନୁମତି ରହିଛି ।

ଅନ୍ୟପଟେ ଜିଲ୍ଲାରେ ଥିବା ଅନ୍ୟ ସବୁ ଧର୍ମାନୁଷ୍ଠାନ କୋଭିଡ୍ ଗାଇଡଲାଇନ୍ ଭିତରେ ଆସନ୍ତା ୩ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପରିଧାନ, ସାନିଟାଇଜରର ବ୍ୟବହାରକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଗାଇଡ୍ ଲାଇନ୍ ପାଳନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.