କୋଙ୍କଣ ଅଞ୍ଚଳରେ ରେଡ ଆଲର୍ଟ ଜାରି

0

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ହଇଚଇ ସୃଷ୍ଟି କରିଛି। ବର୍ଷା ହେତୁ କୋଙ୍କଣ ଅଞ୍ଚଳରେ ରେଡ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ, ଥାନେ ସମେତ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଅରେଞ୍ଜ ଆଲର୍ଟ ଜାରି ରହିଛି। ସେପଟେ ଆସନ୍ତା ୩ ଦିନ ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର ସତର୍କ ସୂଚନା ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ପ୍ରବଳ ବର୍ଷା ହେତୁ ଉମ୍ବେରମାଲି ରେଳ ଷ୍ଟେସନ ଏବଂ କସାରା ମଧ୍ୟରେ ମୁମ୍ବାଇ ଲୋକାଲ ଟ୍ରେନ ସେବା ସ୍ଥଗିତ ରଖାଯାଇଛି। ରେଳ ଧାରଣାରେ ପାଣି ଜମା ହୋଇଥିବାରୁ ଇଗତପୁରୀ ଏବଂ ଖାରଦି ମଧ୍ୟରେ ଟ୍ରେନ୍ ସେବା ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ରେଳବାଇ ପ୍ରବକ୍ତା କହିଛନ୍ତି, ଥାନେ ଜିଲ୍ଲାର ଉମ୍ବେରମାଲି ଏବଂ କସାରା ଷ୍ଟେସନ ମଧ୍ୟରେ ପାଣି ଜମା ହୋଇଥିବା କାରଣରୁ ରାତି ୧୦.୧୫ ରୁ ମଧ୍ୟ ରେଳବାଇର ଇଗତପୁରୀ ଏବଂ ଖାରଦି ଷ୍ଟେସନ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରଖାଯାଇଛି। ମଧ୍ୟ ରେଳବାଇର ମୁଖ୍ୟ ପ୍ରବକ୍ତା ଶିବାଜୀ ସୂତାର କହିଛନ୍ତି ଯେ ପୁଣେ-ଦରଭଙ୍ଗା ସ୍ପେଶାଲ ଏବଂ ସିଏସଏମଟି-ବାରାଣାସୀ ସ୍ପେଶାଲର ସମୟ ବଦଳାଇବାକୁ ପଡିବ। ମଙ୍ଗଳବାର ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ୨୦୭ ମିଲିମିଟର ବର୍ଷା ହୋଇଛି। ସେଥିମଧ୍ୟରୁ ୪୫ ମିଲିମିଟର ଘଣ୍ଟାଏରେ ହୋଇଥିଲା।

ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (NDRF) ମହାରାଷ୍ଟ୍ରର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ବନ୍ୟା ୯ ଉଦ୍ଧାରକାରୀ ଦଳ ନିୟୋଜିତ କରିଛି। ଏମାନଙ୍କ ମଧ୍ୟରୁ ୪ଟି ଟିମକୁ ମୁମ୍ବାଇକୁ ପଠାଯାଇଛି। ମୁମ୍ବାଇ ଏହାର ପଡୋଶୀ ଜିଲ୍ଲା ଥାନେ, ପାଲଘର ଏବଂ କୋଙ୍କଣ ଅଞ୍ଚଳର ଅନ୍ୟାନ୍ୟ ଜିଲ୍ଲାରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରେଳ ଚଳାଚଳ ଏବଂ ଯାତାୟାତ ବ୍ୟାହତ ହୋଇଛି।

ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି ଏବଂ କେତେକ ସ୍ଥାନରେ ବିପଦ ସଙ୍କେତ ଅତିକ୍ରମ କରିଛି। ଏନଡିଆରଏଫ ତରଫରୁ ଜାରି ଏକ ସରକାରୀ ବୟାନରେ କୁହାଯାଇଛି ଯେ ଏନଡିଆରଏଫର ଚାରିଟି ଟିମ ମୁମ୍ବାଇରେ ଏବଂ ଥାନେ ଏବଂ ପାଲଘରରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ କରାଯାଇଛି।

 

Leave A Reply

Your email address will not be published.