କୋଟିଏ ଟଙ୍କାର ଗଞ୍ଜେଇ ଜଵତ

0

ଜୟପୁର  : ଅଭିନଵ ଢଙ୍ଗରେ କଦଳୀ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ପୁଣିଥରେ ଧରାପଡ଼ିଛି । ଲନ୍ଧ୍ର ସୀମାରୁ କଦଳୀ ଚାଲାଣ ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା l ଜୟପୁର ସଦର ପୋଲିସ ନାକାବନ୍ଦୀ କରି ଜୟପୁରରେ ଟ୍ରକ ଯାଞ୍ଚ କରିବା ପରେ ସେଥିରେ ବିପୁଳ ଗଞ୍ଜେଇ ଥିବା ଜଣା ପଡିଛି l ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି l ଏହି ଗଞ୍ଜେଇ ଚାଲାଣକୁ ନେଇ ପୋଲିସ ଟ୍ରକ ଡ୍ରାଇଭର ସହିତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

Leave A Reply

Your email address will not be published.