ଜି.ଉଦୟଗିରି : କୂଅରେ ପଡି ପୁଅ-ଝିଅଙ୍କ ମୃତ୍ୟୁ ଘଟଣାରେ ବାପା ଓ ମା’ଙ୍କୁ ଗିରଫ କରିଛି ପୋଲିସ । ଗତ ୧୭ ତାରିଖରେ ରାଈକିଆଠାରେ ଘଟିଥିଲା ଏଭଳି ଅଭାନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବାପା ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପ୍ରତ୍ୟେକ ଦିନ କଳହ କରୁଥିଲେ। ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ସ୍ବାମୀଙ୍କ ଚରିତ୍ର ପ୍ରତି ସନ୍ଦେହ କରୁଥିଲେ। ଏଣୁ ରାଜେଶ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଥିଲା। ପାରିବାରିକ ଅଶାନ୍ତି ଯୋଗୁଁ ମା’ ୫ ବର୍ଷର ପୁଅ ଓ ୯ ବର୍ଷର ଝିଅଙ୍କୁ ଧରି ଏକ କୂଅରେ ପକାଇ ଦେଇଥିଲେ। ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ବଞ୍ଚିଯାଇଥିଲେ। ପୁଅ ଓ ଝିଅକୁ ମାରିବା ଅଭିଯୋଗରେ ମା’ ଭାଗ୍ୟଲକ୍ଷ୍ମୀକୁ ରାଈକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟପଟେ ଭଉଣୀକୁ ଭିଣୋଇ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଥିଲେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ। ତାଙ୍କ ଅଭିଯୋଗ କ୍ରମେ ଭିଣୋଇ ଅର୍ଥାତ ମୃତ ଶିଶୁର ବାପାକୁ ରାଈକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।