କୁଲଗାମରେ ଆତଙ୍କୀଙ୍କୁ ମୁହଁତୋଡ ଜବାବ

0

ଶ୍ରୀନଗର:ଜାମ୍ମୁ-କାଶ୍ମୀର ମୋଛୱା ଅଞ୍ଚଳରେ ଏନକାଉଣ୍ଟର। ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କୀ ସଫା। କୁଲଗାମର ମୋଛୱା ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୁରକ୍ଷା ବାହିନୀ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ଅଧିକ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବାର ଆଶଙ୍କା କରାଯାଉଛି।

ଖବର ଅନୁଯାୟୀ,  ସୀମା ନିକଟବର୍ତ୍ତୀ ଜାମ୍ମ-କାଶ୍ମୀର ମୋଛୱା ସେକ୍ଟରରେ କିଛି ଆତଙ୍କୀ ଲୁଚି ରହିଥିବା ସେନା ଖବର ପାଇଥିଲା। ଏହାପରେ ଯବାନ ମାନେ ନିଜର ଅପରେସନ ଆରମ୍ଭ କରିଥିଲେ। ସେନା ପକ୍ଷରୁ ଚାରିପଟେ ଘେରାଉକୁ ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସେନାବାହିନୀ । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳିଚାଳନା ଚାଲୁରହିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଅଞ୍ଚଳରେ ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ସନ୍ଦେହ କରି ପୁରା ଅଞ୍ଚଳରୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ଏକେ- 47 ସହ ବନ୍ଧୁକ ଜବତ ହୋଇଛି।

Leave A Reply

Your email address will not be published.