KYC ଅପଡେଟ୍ ବାହାନାରେ ଠକେଇ

0

କୋକସରା : ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି । ଦେଖୁ ଦେଖୁ ଆକାଉଣ୍ଟ ଖାଲି କରିଦେଉଛନ୍ତି ସାଇବର ଠକ । ଅନଲାଇନରେ ଲୋକଙ୍କୁ ଅନେକ ସ୍କିମ ଓ ଅଫରର ପ୍ରଲୋଭନ ଦେଖାଇ ଠକୁଛନ୍ତି । ଏହି ସାଇବର ଠକଙ୍କ ଜାଲରେ ପଡିଛନ୍ତି ଜଣେ ଅଧ୍ୟାପକ ।

କଳାହାଣ୍ଡି ଜିଲ୍ଲା କୋକସରା ଯୁକ୍ତ ତିନି ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଥିବା ସୁବ୍ରତ କୁମାର ବେହେରାଙ୍କୁ ବିଏସଏନଏଲ କେଓ୍ବାଇସି ଅପଡେଟ୍ କରିବା ପାଇଁ ୯୩୩୯୪୬୭୪୭୦ ନମ୍ବରରେ ରବିବାର ରାତିରେ ଏକ କଲ୍ ଆସିଥିଲା । ସାଇବର ଠକ ପ୍ରଥମେ ଅଧ୍ୟାପକଙ୍କୁ ଆପଣଙ୍କ ବିଏସଏନଏଲ ମୋବାଇଲ ଅପଡେଟ୍ ପାଇଁ କେଓ୍ବାଇସି କରନ୍ତୁ ନଚେତ ଏହା ବନ୍ଦ ହୋଇଯିବ ବୋଲି କହିଥିଲେ । ଏହାସହ ପ୍ଲେ ଷ୍ଟୋରରୁ ବିଏସଏନଏଲ କେଓ୍ବାଇସି କ୍ବିକ୍ ସର୍ଭିସ ଆପ୍ ଡାଉନଲୋଡ଼ କରିବାକୁ କହିଥିଲା । ଅଧ୍ୟାପକ ଜଣଙ୍କ ମୋବାଇଲ୍ ସେବା ବନ୍ଦ ହୋଇଯିବ ଭାବି ଆପ୍ ଡାଉନଲୋଡ଼ କରିଥିଲେ ।  ଏହାପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ମେସେଜ ଆସିବା ପରେ ଅଧ୍ୟାପକ ସାଇବର ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ ।

ପରେ ସେହି ନମ୍ବରକୁ କଲ୍ କରିବା ପରେ ମଧ୍ୟ ଠକ ମୋବାଇଲ ଉଠାଇ ଟଙ୍କା ଫେରସ୍ତ କରିବାକୁ କହିଥିବା ଅଧ୍ୟାପକ କହିଛନ୍ତି । ତେବେ ସୋମବାର ସେ ସାଇବର ଠକେଇର ଶିକାର ହୋଇଥିବା ନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଏ ନେଇ କୋକସରା ଥାନା ଅଧିକାରୀ ରମଣି ରଂଜନ ଦଳେଇଙ୍କ ପ୍ରତିକ୍ରିୟା ନେବାରୁ ସାଇବର ଠକଙ୍କ ଦ୍ଵାରା ଅନଲାଇନରେ ୫୦ ହଜାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ସାଇବର ବିଭାଗକୁ ଏ ନେଇ ତଦନ୍ତ କରିବାକୁ ରିପୋର୍ଟ ଦେଇଛୁ ତଦନ୍ତ ଜାରି ରହିଛି । କୋକସରା ଥାନା କେଶ ନମ୍ବର ୧୭୭/୨୧ ରୁଜୁ ହୋଇଛି ବୋଲି କହିଛନ୍ତି।

Leave A Reply

Your email address will not be published.