ଲଗାଣ ବର୍ଷାରେ ବୁଡିଗଲା ପୋଲ

0

ମାଲକାନଗିରି, :  ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଡିଲା କାଙ୍କୁରୁକୋଣ୍ଡା ପୋଲ । ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି ।

ସୂଚନାନୁସାରେ, ଗତ ୨ ଦିନ ହେଲା ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଲଗାଣ ବର୍ଷା ଫଳରେ କାଙ୍ଗୁରୁକୋଣ୍ଡା ପୋଲ ବୁଡିଯାଇଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ସେଠାରେ ଶହ ଶହ ଲୋକେ ଫସି ରହିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.