ଲଗାଣ ବର୍ଷାରେ ବୁଡ଼ିଲା କାଙ୍କୁରୁକୋଣ୍ଡା ପୋଲ

0

ମାଲକାନଗିରି,: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୁଡିଲା ପୋଟେରୂ ଓ କାଙ୍କୁରୁକୋଣ୍ଡା ପୋଲ । ଉଭୟ ପୋଲ ଉପରେ ତିନି ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଥିବା ବେଳେ ସେଠାରେ ଶତାଧିକ ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି ।

ପୋଲିସ ଓ ପ୍ରଶାସନିକ ଅଧିକାରୀ ପୋଲ ନିକଟରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ନଈ କୁଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଥିବାରୁ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ଲାଗି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.