ଲୋକଙ୍କୁ ଘରେ ଲୁହା ଶିକୁଳି ପକାଇ ରଖୁଛି ଡ୍ରାଗନ୍

0

ବେଜିଂ, :   ଚାଇନାରେ ପୁଣି କାୟା ମେଲାଇଛି କରୋନା । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦେଶରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଆତଙ୍କ ଖେଳାଇଛି । ଏହାମଧ୍ୟରେ ଚୀନ ସରକାର ନାଗରିକଙ୍କୁ ଘର ମଧ୍ୟରେ ବନ୍ଦୀ କରି ରଖୁଥିବା ଦେଖିବାକୁ ମିଳିଛି । ଏପରିକି ବାହାରୁ ତାଲା ମଧ୍ୟ ପକାଇ ଦେଉଛନ୍ତି ସରକାର ।

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସରକାରୀ ଅଧିକାରୀମାନେ ଲୋକଙ୍କୁ ଘରେ ଜୋରଜବରଦସ୍ତି ରଖୁଛନ୍ତି । ବାହାରକୁ ବାହାରିବାକୁ ଦେଉନାହାଁନ୍ତି । ତାଇଓ୍ୱାନ ନ୍ୟୁଜ ରିପୋର୍ଟ ଅନୁସାରେ, ଯଦି କୌଣସି ବ୍ୟକ୍ତି ନିଜ ଘରର କବାଟକୁ ୩ ଥରରୁ ଅଧିକ ଖୋଲୁଛନ୍ତି ତେବେ ତାଙ୍କ ଘରକୁ ବାହାରୁ ଲୁହା ଶିକୁଳି ଓ ଲୁହା ରଡରେ ସିଲ୍ କରିଦିଆଯାଉଛି । ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ପିପିଇ କିଟ୍ ପିନ୍ଧି ସରକାରୀ ଅଧିକାରୀମାନେ ପଇଁତରା ମାରୁଛନ୍ତି । ସେମାନେ ଲୋକଙ୍କ ଘରକୁ ବାହାରୁ ବନ୍ଦ ମଧ୍ୟ କରିଦେଉଛନ୍ତି । ଲୁହାର ରଡ୍ ବ୍ୟବହାର କରି କବାଟକୁ କିଳୁଛନ୍ତି ।

ସୂଚନାଯୋଗ୍ୟ,ଗତ ସୋମବାର ଚାଇନାରେ ୧୪୩ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା । ଯାହା ରବିବାର ତୂଳନାରେ ୧୮ ଅଧିକ । ସେଠାରେ ସମସ୍ତ ଆକ୍ରାନ୍ତଙ୍କଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହେଉଛି । ଜିଆଙ୍ଗସୁ ଓ ହେନାନ୍ ପ୍ରାନ୍ତରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

Leave A Reply

Your email address will not be published.