ଲୁଟ୍‌ କରିବାକୁ ଆସି ମହିଳାଙ୍କୁ ଦୁଷ୍କର୍ମ କଲା ଲୁଟେରା

0

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାର ପୂର୍ଣ୍ଣଛେଦ ପଡିନି । ଏହାମଧ୍ୟରେ ହଳଦୀପଡିଆ ବସ୍ତିରେ ପୁଣି ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଅଭିଯୁକ୍ତ ଲୁଟ୍‌ କରିବାକୁ ଆସି ମହିଳାଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଜଣାପଡିଛି । ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟ୍‌ ପାଇଁ ଆସି ଦୁଷ୍କର୍ମ କରିଥିବା ଯୁବକଙ୍କୁ ପୀଡ଼ିତା ଜାଣିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତର ଦିଗ ବଦଳାଇଛି ପୋଲିସ ।

ସୂଚନା ଅନୁସାରେ, ହଳଦୀପଡ଼ିଆରେ ସପରିବାର ରହୁଛନ୍ତି ମିଲି (ଛଦ୍ମାନାମ, ୪୮ ବର୍ଷ) । ଶୁକ୍ରବାର ରାତିରେ ମିଲି ଘରେ ଶୋଇଥିଲେ । କିନ୍ତୁ ଘର ପଛପଟ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଚୋରି କରିବା ପାଇଁ ଜଣେ ଯୁବକ ତାଙ୍କ ଘର ପଛପଟ କବାଟ ଦେଇ ଘର ଭିତରକୁ ପଶିଥିଲା । ମିଲିଙ୍କୁ ଏକୁଟିଆ ଦେଖି ଯୁବକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଚିତ୍କାର କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲା ।

ଚିତ୍କାର ଶୁଣି ଅନ୍ୟ ଘରେ ଥିବା ମିଲିଙ୍କ ସ୍ୱାମୀ ଘର ଭିତରକୁ ପଶି ଆସିବା ବେଳେ ସଂପୃକ୍ତ ଯୁବକ ତାଙ୍କୁ ଧକ୍କା ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ମିଲି ଉକ୍ତ ଘଟଣା ସଂପର୍କରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

Leave A Reply

Your email address will not be published.