ଲ୍ୟାଣ୍ଡିଙ୍ଗ୍ ବେଳେ କାର୍ ସହ ଧକ୍କା ହେଲା ହେଲିକେପ୍ଟର

0

ନୂଆଦିଲ୍ଲୀ  : ଅନେକ ସମୟରେ ହେଲିକପ୍ଟର କ୍ରାସ ହେବା ଘଟଣା ସାମ୍ନାକୁ ଆସିଥାଏ। ହେଲିକପ୍ଟର କ୍ରାସ ହେବାର ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ଡରିଯାଇଛନ୍ତି। ଏକ ହେଲିକେପ୍ଟର ଲ୍ୟାଣ୍ଡ କଲାବେଳେ କ୍ରାସ ହୋଇଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଲ୍ୟାଣ୍ଡିଙ୍ଗ ବେଳେ ହେଲିକପ୍ଟର ଏକ ଭ୍ୟାନକୁ ଧକ୍କା ଦେଇଥିଲା ଓ ପରେ ଏକ କାର ସହ ଧକ୍କା ହୋଇଥିଲା। ଆଶ୍ଚର୍ଯ୍ୟର କଥା ଭ୍ୟାନ ଓ କାର କିଛି  ହୋଇନଥିଲା କିନ୍ତୁ ହେଲିକେପ୍ଟର ଚୁନା ହୋଇଗଲା।

ଘଟଣା ଲାଟିନ ଆମେରିକା ଦେଶ ମେକ୍ସିକୋର। ରାଇଟର୍ସ ଏହି ଘଟଣାର ଭିଡିଓ ସେୟାର କରିଛି। ମେକ୍ସିକୋ ନୌସେନାର ଏକ ହେଲିକପ୍ଟର ହିଡାଲ୍ଗୋ ରାଜ୍ୟରେ ଝଡରେ ଫସି ଯାଇଥିଲା ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ମେକ୍ସିକୋ ସେନାର ୪ ଯବାନ ଆହତ ହୋଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଉଡାଣ ପରେ ହେଲିକପ୍ଟର ନିୟନ୍ତ୍ରଣ ହରାଇ ବସିଥିଲା। ଏହାପରେ ସେ ଏକ ଭ୍ୟାନ ସହ ଧକ୍କା ହୋଇଥିଲା ଓ ପୁଣି କାର ଉପରେ ଲ୍ୟାଣ୍ଡ କରିବାକୁ ଲାଗିଲା। ତେବେ ଉଭୟ ଗାଡି ବଞ୍ଚି ଯାଇଥିଲା। କିନ୍ତୁ ହେଲିକପ୍ଟର ଭୂଇଁରେ ପଡିଗଲା ଓ ଚୁନା ହୋଇଯାଇଥିଲା। ଦୁର୍ଘଟଣା ପରେ ଆଖପାଖରେ ଥିବା ଲୋକେ ପାଖକୁ ଦୌଡ଼ି ଆସିଥିଲେ ଓ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ଲୋକ ଏହି ସମୟର ଭିଡିଓ ରେକଡିଂ କରିଥିଲେ। ଭିଡିଓ ସୋସିଆଲ ମିଡ଼ିଆରେ ଅଭୁତ ସେୟାର ହେଉଛି।

ସୂଚନା ଅନୁଯାୟୀ, ନୌସେନାର ଏହି ହେଲିକପ୍ଟର ମେକ୍ସିକୋର ଝଡ ପ୍ରଭାବିତ ଅଞ୍ଚଳକୁ ଯିବାକୁ ଚେଷ୍ଟା କରୁଥିଲା। ସେତେବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୁରକ୍ଷା ଅଧିକାରୀଙ୍କୁ ଏ ସମ୍ବନ୍ଧରେ ସୂଚନା ଦିଆଯାଇଛି। ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଖନ୍ତୁ ଭିଡିଓ…j

Leave A Reply

Your email address will not be published.