ମାଆ ଓ ଛୁଆ ହାତୀର ମୃତଦେହ ଠାବ

0

କେନ୍ଦୁଝର/ବାଂଶପାଳ  : ମାଆ ଓ ଛୁଆ ହାତୀର ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ ରବଗାଁ ନିକଟରୁ ଠାବ ହୋଇଛି ମୃତଦେହ। ଘଟଣାସ୍ଥଳରେ ଡିଏଫ୍‌ଓଙ୍କ ସହ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଚ ଅଞ୍ଚଳରେ କିଛି ବର୍ଷ ହେଲା ହାତୀ-ମଣିଷଙ୍କ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ବନବିଭାଗର ଅପାରଗତା ଲାଗି ହାତୀ ମୃତ୍ୟୁ ମୁଖରେ ପଡୁଛନ୍ତି । ତେବେ ଆଜିର ମାଆ ଓ ଛୁଆ ହାତୀର ମୃତଦେହ ଦୀର୍ଘ ଘଣ୍ଟା ଧରି ପଡିରହିବା ପରେ ବି ବନବିଭାଗର କୌଣସି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିନଥିଲା । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ହାତୀଙ୍କର କେମିତି ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇନାହିଁ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.