ମହାମାରୀକୁ ଦୃଷ୍ଟିରେ ରଖି କଟକ ଏସିବି ମେଡିକାଲ ନର୍ସିଂ କଲେଜ ବନ୍ଦ

0

କଟକ : ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପଜିଟିଭିଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକ ଏସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଏସିଏସଙ୍କ ନିର୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ପରିବର୍ତି ନିର୍ଦେଶ ନ ଆସିବା ପର୍ଯ୍ୟନ୍ତ କଟକ ଏସିବି ମେଡିକାଲ ନର୍ସିଂ କଲେଜ ବନ୍ଦ ରହିବ ବୋଲି ଜଣାପଡିଛି। ଏଥିପାଇଁ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ଅନ୍ତେବାସୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.