ମହାରାଷ୍ଟ୍ରରେ ୩୧ ମାର୍ଚ୍ଚ ଯାଏ ଗାଇଡ୍‌ ଲାଇନ୍‌ ଜାରି

0

ମୁମ୍ୱାଇ –ସାରା ଦେଶରେ କରୋନା ଭାଇରସ୍‌ ମାମଲା ବଢ଼ିବାରେ ଲାଗିଛି । କରୋନା ମାମଲା ବୃଦ୍ଧି ପାଇବା ସହ ଅବସ୍ଥା ମଧ୍ୟ ମୁସ୍କିଲ୍‌ ହେବାକୁ ବସିଛି । ମହାରାଷ୍ଟ୍ରର ଅନେକ ଅଞ୍ଚଳରେ  ଲକ୍‌ ଡାଉନ୍‌ ଫେରିଛି । ୩୧ ମାର୍ଚ୍ଚ ସୁଦ୍ଧା ନୂଆ ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ପଞ୍ଜାବରେ  କରୋନା ବୃଦ୍ଧିର ମାମଲାକୁ  ନଜରରେ ରଖି  ୧୦ ଓ ୧୨ର ବୋର୍ଡ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି ।  ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌କୁ ଏବେ ବିନା ଦର୍ଶକରେ କରିବାକୁ ନିଷ୍ପତ୍ତି  ନିଆଯାଇଛି । ଗୁଜରାଟର ଅନେକ ଅଞ୍ଚଳରେ ଖାଦ୍ୟ ପେୟ ଭଳି କିଛି ଦୋକାନକୁ ୧୦ ଟା ସୁଦ୍ଧା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ସୋମବାର ଦିନ ମହାରାଷ୍ଟ୍ରରେ କରୋନାର ୧୫,୦୫୧ଟି ନୂଆ ମାମଲା ସାମନାକୁ ଆସିଛି । ୪୮ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ  ସକ୍ରିୟ ମାମଲାର ସଂଖ୍ୟା ୧,୩୦,୫୪୭ ଅଛି । ସୋମବାର ୧୦୯,୬୭୧ଜଣ ଲୋକ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ୨୩,୨୯,୪୬୪ଟି କରୋନା ମାମଲା ସାମନାକୁ ଆସିଛି ।

Leave A Reply

Your email address will not be published.