ମୁମ୍ୱାଇ – ମହାରାଷ୍ଟ୍ରରେ କରୋନାର ନୂଆ ମାମଲା ସବୁ ରେକର୍ଡ ଭାଙ୍ଗି ଦେଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୦, ୩୫୫ଟି ନୂଆ ମାମଲା ସାମନାକୁ ଆସିଛି ।ସେଠାରେ ଏହି ଭାଇରସ୍ କାରଣରୁ ଆହୁରି ୯୯ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ନୂଆ ମାମଲା ସାମନାକୁ ଆସିବା ପରେ ରାଜ୍ୟରେ ପଜିଟିଭ୍ ମାମଲାର ସଂଖ୍ୟା ବୃଦ୍ଧି ପାଇ ୨୪,୭୯,୬୮୨ ହୋଇଯାଇଛି । ଏବେସୁଦ୍ଧା ୫୩,୩୯୯ଜଣ ଲୋକଙ୍କ ମୃତ୍ୟୁ ଏହି ଭାଇରସ୍ କାରଣରୁ ହୋଇ ସାରିଛି । ରାଜ୍ୟରେ ସମୁଦାୟ ମାମଲା ୨୧୦୧୨୦ ରହିଛି ।
ସେପଟେ ମୁମ୍ୱାଇରେ ଗତ ୨୪ ଘଣ୍ଟାରେ କରୋନାର ୩୭୭୫ଟି ନୂଆ ମାମଲା ଆସିଛି । ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬୪୭ଜଣ ସୁସ୍ଥ ହୋଇଛନ୍ତି । ନାଗପୁରରେ ୩୬୧୪ଟି ନୂଆ ମାମଲା ଆସିଛି ଏବଂ ୩୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସହରରେ ଲକ୍ଡାଉନ୍କୁ କଡ଼ାକଡ଼ି କରାଯାଇଛି । ନାଗପୁରରେ ଏବେସୁଦ୍ଧା ୧ଲକ୍ଷ ୯୩ହଜାର ୮୦ଟି ମାମଲା ସାମନାକୁ ଆସିଛି ।