ମହାରାଷ୍ଟ୍ରରେ କାୟାବିସ୍ତାର କରୁଛି କରୋନା,ଗୋଟିଏ ଦିନରେ ୧୭ ହଜାରରୁ ଅଧିକ କେସ୍ ଚିହ୍ନଟ

0

ମହାରାଷ୍ଟ୍ର :ଭାରତରେ ଏବେ ଉପର ମୁହାଁ କରୋନା ମିଟର। କିଛି ଦିନ ବ୍ୟବଧାନରେ ପୁଣି ଥରେ କରୋନା ସଂକ୍ରମିତ ଜନିତ ମାମଲା ବୃଦ୍ଧି ହେବାରେ ଲାଗିଛି। ତେବେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ମହାରାଷ୍ଟ୍ରରେ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଦେଶରେ ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ଉପୁଜିଛି। ସଂକ୍ରମଣ ରୋକିବା ପାଇଁ ମୁମ୍ଵାଇ ବିଏମସି ଶିକ୍ଷକମାନଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମଧ୍ୟ ପ୍ରଦେଶ ସରକାର ଭୋପାଳ ଏବଂ ଇନ୍ଦୋରରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ସେହିପରି ଗୁଜୁରାଟ, ପଞ୍ଜାବ, ଏବଂ ମହାରାଷ୍ଟ୍ରରେ ସ୍କୁଲ, କଲେଜ ସବୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ବୋର୍ଡ ପରୀକ୍ଷାକୁ ଏକ ମାସ ଘୁଞ୍ଚାଇ ଦିଆଯାଇଛି। ସେପଟେ ଚିନ୍ତା ପ୍ରକଟ କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

ସୂଚନାନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ୧୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଭଳି ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦ୍ଵିପ୍ରହର ୧୨ଟା ୩୦ରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିବେ।

ତେବେ ମହାରାଷ୍ଟ୍ରରେ ମଙ୍ଗଳବାର ୧୭ ହଜାର ୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩.୪୭ ଲକ୍ଷ ପାର କଲାଣି। ସେପଟେ ମଧ୍ୟପ୍ରଦେଶ ସରକାର ଭୋପାଳ ଏବଂ ଇନ୍ଦୋରରେ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ହୋଲିରେ ସାର୍ବଜନିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି। ମହାରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି। ସେମାନଙ୍କୁ ଏକ ସପ୍ତାହ ଯାଏଁ ଆଇସୋଲେଟ କରାଯାଉଛି।

Leave A Reply

Your email address will not be published.