ମହାରାଷ୍ଟ୍ରରେ ପୁଣି ଲାଗୁ ହୋଇପାରେ ଲକ୍‌ଡାଉନ୍, ବୈଠକରେ ଏଭଳି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

0

ମୁମ୍ବାଇ  : ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଘୋଷଣା ହୋଇପାରେ । କରୋନାକୁ ନେଇ ବସିଥିବା ବୈଠକରେ ଏଭଳି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏଥିପ୍ରତି ସମସ୍ତ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଖବର ଅନୁଯାୟୀ, ରବିବାଦ ଦିନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଭାଗ ବରିଷ୍ଠ ଅଧିକାରୀଙ୍କ ସହିତ  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଲୋକମାନେ କରୋନା କଟକଣାକୁ ଠିକ୍‌ ଭାବେ ପାଳନ କରୁନାହାନ୍ତି । ଯାହା ଦ୍ୱାରା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ନିୟମକୁ କଡ଼ାକଡି ପାଳନ କରିବା ପାଇଁ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ୍‌ ଭଳି କଟକଣା ଜାରି କରିବାକୁ ପଡିବ ବୋଲି ବୈଠକରେ ଆଲୋଚନା ହୋଇଛି ।

ସେହିପରି କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗଠନ ହୋଇଥିବା ଟାସ୍କ ଫୋର୍ସକୁ ରାଜ୍ୟରେ କଡାକଡ଼ା ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏଥିରେ ବି କରୋନା ସଂକ୍ରମଣ ସଂଖ୍ୟା କମୁନାହିଁ , ତେବେ ରାଜ୍ୟରେ ଲକଡାଉନ୍‌ ଲାଗୁ କରି ମହାମାରୀ ଗ୍ରାଫକୁ ତଳକୁ ଆଣିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ରାଜ୍ୟର ଅନେକ ବରିଷ୍ଠ ପ୍ରଶାସକମାନେ କହିଛନ୍ତି ଯେ, ସରକାରୀ କାର୍ଯ୍ୟାଳୟକୁ ସାଧାରଣଲୋକଙ୍କ ଯିବାଆସିବା ଉପରେ ରୋକ ଲଗାଯାଉ ଏବଂ ଘରୋଇ କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥିତି ହିସାବରେ କାମ କରାଯାଉ ।

ବୈଠକରେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ସ୍ୱାସ୍ଥ୍ୟସେବା ନେଇ ଅବଗତ କରାଯାଇଛି । ରାଜ୍ୟରେ ବର୍ତ୍ତମାନ ୩ଲକ୍ଷ ୫୭ହଜାର ବେଡ଼୍‌ ଉପଲବ୍ଧ ରହିଛି । ଯେଉଁଥିରୁ ୧ଲକ୍ଷ ୭ହଜାରରେ ଆକ୍ରାନ୍ତ ଅଛନ୍ତି । ଲଗାତର ଭାରେ କରୋନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ରାଜ୍ୟରେ ଅକ୍ସିଜେନ୍‌ ସୁବିଧା ଥିବା ୬୦ହଜାର ୩୪୯ ବେଡ୍‌ ରହିଛି, ଯେଉଁଥିରୁ ୧୨, ୭୦୧ ଭର୍ତ୍ତି ହୋଇଯାଇଛି । ରାଜ୍ୟରେ ଏବେ ୯ହଜାର ୩୦ ଭେଣ୍ଟିଲେଟର ଥିବା ବେଳେ ୧୮୮୧ ବେଡ଼୍ ଭର୍ତ୍ତି ହୋଇଛି । ତେଣୁ ଏପରି ସ୍ଥିତିକୁ ଦେଖି ରାଜ୍ୟରେ କରୋନା କଟକଣା କଡ଼ାକଡି କରିବାକୁ କୁହାଯାଇଛି । ଯଦି କେହି ନିୟମ ମାନିବାରେ କୋହଳ କରନ୍ତି । ତେବେ ଆଗାମୀ ଦିନରେ ଲକ୍‌ଡାଉନ୍ ଭଳି କଟକଣା ଜାରି କରାଯିବ ।

Leave A Reply

Your email address will not be published.