ମହିଳା ଜିଆରଏସଙ୍କ ଆତ୍ମହତ୍ୟା

0

ଚଣ୍ଡିଖୋଲ, : ମହିଳା ଜିଆରଏସଙ୍କ ଆତ୍ମହତ୍ୟା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ଏକ ଭଡାଘରୁ ଜିଆରଏସଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ରଶ୍ମି ରଞ୍ଜିତା ପାଢ଼ୀ ।ସେ ବଡ଼ଚଣା ବ୍ଲକ ପତରାଜପୁର ପଂଚାୟତରେ ଜିଆରଏସ ଭାବେ କାମ କରିଥିଲେ ।

 

ସୂଚନାନୁସାରେ, ରଶ୍ମି ବରଦା ପଞ୍ଚାୟତରେ ବିବାହ କରିଥିଲେ । ତାଙ୍କର ୪ ବର୍ଷର ଝିଅ ମଧ୍ୟ ରହିଛି । ତାଙ୍କ ସ୍ୱାମୀ ଝାରସୁଗୁଡାରେ ଏକ କମ୍ପାନୀରେ କାମ କରନ୍ତି । ସେ ଓ ଝିଅ ପିଉସୀଙ୍କ ସହ ଚଣ୍ଡିଖୋଲ ନିକଟ ଏକ ଭଡା ଘରେ ଭଡାରେ ରହୁଥିଲେ । ମଙ୍ଗଳବାର ସକାଳେ ଘର ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

 

ତେବେ ଖଟ ଉପରେ ଥାଳିରେ ପିଠା ଥୁଆ ହୋଇ ରହିଛି । ସେ ପିଠା ଖାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଚଳାଇଛି । ଖବର ପାଇ ବାପ ଘର ଓ ଶାଶୂ ଘର ଲୋକେ ପହଁଚିଛନ୍ତି ।

 

ରଶ୍ମି ଦୀର୍ଘ ଦିନ ଧରି ବଡ଼ଚଣା ବ୍ଲକରେ ଜିଆରଏସ ଭାବେ କାର୍ଯ୍ୟ କରି ଆସୁଥିଲେ । ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ପରିବାର ଲୋକେ କହିଛନ୍ତି. ତେବେ ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.