ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବ୍ରଜରାଜନଗର, : ବ୍ରଜରାଜନଗର ବୁନ୍ଦିଆ କଲୋନିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ହେଲେ ୨୮ ବର୍ଷୀୟା ଦୀପିକା ଦାସ । ବର୍ଷେ ତଳେ ବୁନ୍ଦିଆ କଲୋନୀରେ ରହୁଥିବା ତାରକେଶ୍ୱର ଦାସ ବାରିପଦାର ଦୀପିକାଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ସେମାନଙ୍କ ପରିବାରରେ ଅଶାନ୍ତି ଲାଗି ରହିଥିଲା ।

ଗତକାଲି ଦୀପିକାଙ୍କ ସହ ସ୍ୱାମୀ ଓ ଶାଶୁଙ୍କ ସହ ଗଣ୍ଡଗୋଳ ହୋଇ ପରିବାରରେ ମାଡପିଟ ହୋଇଥିଲେ । ପରେ ମାନସିକ ଭାରସାମ୍ୟ ରଖି ନପାରି ଦୀପିକା ନିଜ ବେକରେ ଓଢଣୀ ଲଗାଇ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣା ପଡିଥିଲା । ଏହା ଜଣାପଡିବା ପରେ ମୃତ ଦୀପିକାର ସମ୍ପର୍କୀୟମାନେ ବାରିପଦାରୁ ଆସି ତାକୁ ସ୍ୱାମୀ ଓ ଶାଶୁ ମିଶି ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ବ୍ରଜରାଜନଗର ଆଇଆଇସି ଓ ରାମପୁର ଫାଣ୍ଡି ପୋଲିସ ପହଁଚି ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରି ମୃତକର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Leave A Reply

Your email address will not be published.