ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ପୂଜକ

0

ପଦମପୁର,  :  ମହିଳା ଶ୍ରଦ୍ଧାଳୁକୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା ପରେ  ପୂଜକ ଗିରଫ ।ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ପାଇକମାଳ ଅଞ୍ଚଳରେ ।

ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ପୂଜକମାନଙ୍କୁ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଅତି ନିକଟ ଲୋକ ଭାବେ ସମ୍ମାନ ଦେଇଥାନ୍ତି । ହେଲେ ଜଣେ ପୂଜକ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଭଲି ଘଟଣା ଦେଖିବାକୁ ମିଲିଛି ପାଇକମାଳ ଥାନା ଅଞ୍ଚଳରେ ।

ସୂଚନାନୁସାରେ,  ପାଇକମାଲ ଅଞ୍ଚଳର ଜଣେ ମହିଳା ସହରରେ ଥିବା ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ତାଙ୍କ ଭବିଷ୍ୟବାଣୀ କରି ବିଧବା ଯୋଗ  ଅଛି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ । ପୂଜକ ଜଣକ ରାତିରେ ପୂଜା ପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ ।

Leave A Reply

Your email address will not be published.