ନାଗପୁର, : ମହାରାଷ୍ଟ୍ର ନାଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ସାମାନ୍ୟ ଫେସ୍ବୁକ୍ରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇବାରୁ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଫ୍ରେଣ୍ଡ୍ ରିକ୍ୱେଷ୍ଟ୍କୁ କେନ୍ଦ୍ର କରି ଉକ୍ତ ମହିଳାଙ୍କର କିଛି ସାଙ୍ଗ ରିକ୍ୱେଷ୍ଟ ପଠାଇଥିବା ଯୁବକକୁ ଛୁରୀରେ ହତ୍ୟା କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ବିବାଦ ଏଥିପାଇଁ ହୋଇଥିଲା ଯେ, ବ୍ୟକ୍ତି ଜଣକ ଜଣେ ମହିଳାଙ୍କୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ । ଯାହାକୁ ନେଇ ମହିଳାଙ୍କ କିଛି ସାଙ୍ଗ ଉତ୍ତେଜିତ ହୋଇଯାଇଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କ ସହ ମାର୍ପିଟ୍ କରିଥିଲେ । ଏହାର ତିନିଦିନ ପରେ ଅର୍ଥାତ ଅଗଷ୍ଟ ୪ ତାରିଖରେ ବିବାଦ ପୁଣି ବଢ଼ିଥିଲା । ଶେଷରେ ମହିଳାଙ୍କ ସାଙ୍ଗ ମାନେ ଏକ ଛୁରୀରେ ଯୁବକଙ୍କକୁ ଆକ୍ରମଣ କରି ହତ୍ୟା କରିଥିଲେ ଏବଂ ମୃତଦେହକୁ ଏକ ବୁଦା ମୂଳେ ଫୋପାଡ଼ି ଦେଇ ପଳାଇ ଯାଇଥିଲେ ।
ନାଗପୁରର ନନ୍ଦନବନ ପୋଲିସ ଷ୍ଟେସନର ଅଧିକାରୀ ହତ୍ୟା ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି । ନାଗପୁର ପୋଲିସ୍ର ଅତିରିକ୍ତ ଏସ୍ପି ସୁନିଲ୍ ଫୁଲାରୀଙ୍କ ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ପୋଲିସ୍କୁ ବଲିଷ୍ଠ ସୁରାକ୍ ମିଳିଛି । ସମ୍ପୂର୍ଣ୍ଣ ମାମଲାରେ ଏବେ ପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ପୋଲିସ୍ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଅଧିକ ତଦନ୍ତ କରୁଛି ।