ମହିଳାଙ୍କୁ କିରୋସିନ୍‌ ଢ଼ାଳି ଜାଳିଦେଲେ ଅଭିଯୁକ୍ତ

0

ଲକ୍ଷ୍ନୌ : ପ୍ରଥମେ ଦୁର୍ବ୍ୟବହାର କଲେ ପରେ କିରୋସିନ୍‌ ଢ଼ାଳି ଜାଳିଦେଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ପୀଡ଼ିତାଙ୍କୁ ଡାକ୍ତରମାନେ ବଞ୍ଚାଇପାରିଲେ ନାହିଁ। ଏବେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତର ମାକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଛି । ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗାଳିଗୁଲଜ ସହ ଟଣାଓଟରା କରିଥିଲା ପୁଅ। କିନ୍ତୁ ପୀଡ଼ିତାଙ୍କୁ ଜାଳି ମାରିଦେଲେ ଅଭିଯୁକ୍ତର ବାପ-ମା। ଏହି ଘଟଣା ଉତ୍ତରପ୍ରଦେଶର ମହୋବାରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ, ଠଠେବରା ଗାଁ ବାସିନ୍ଦା ଜାଲିମ୍‌ ସିଂହଙ୍କ ସ୍ତ୍ରୀ ବିନୀତା ଗତ କିଛି ଦିନ ତଳେ ସେହି ଗାଁର କଲ୍ଲୁ ବିରୋଧରେ ଦୁର୍ବ୍ୟବହାର କରିଥିବା ନେଇ କୋତବାଲି ଥାନାରେ ଏତଲା ଦେଇଥିଲେ । ମାମଲା ରୁଜୁ ହେବା ପରେ କଲ୍ଲୁ ଗାଁରୁ ଫେରାର ହୋଇଯାଇଥିଲା । ପୁଅ ନାଁରେ ମାମଲା ହୋଇଥିବା ନେଇ ଜାଣିବା ପରେ ଅଭିଯୁକ୍ତର ବାପା-ମାଙ୍କ ଠାରେ ଆକ୍ରୋଶ ବଢ଼ିଥିଲା। ପରେ ରବିବାର ବୀନିତା କ୍ଷେତକୁ ଯାଇଥିବା ବେଳେ ଅଭିଯୁକ୍ତର ବାପା-ମା ତାଙ୍କ ଉପରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ନିଜକୁ ବଞ୍ଚାଇବା ପାଇଁ ବିନୀତା ଏଣେ ତେଣେ ଦୌଡ଼ିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ମହିଳାଙ୍କ ଶରୀରରେ ନିଆଁ ଲାଗିଥିବା ନେଇ ଶୁଣିବା ପରେ କୁଲପାହାଡ ଏସଡିଏମ ଏବଂ ସିଓ ପହଞ୍ଚିଥିଲେ ।ମହିଳାଙ୍କୁ ହସ୍ପିଟାଲ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ମହିଳାଙ୍କ ଠାରୁ ପୋଲିସ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ପରେ ପୋଲିସ କଲ୍ଲୁର ମାକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।

Leave A Reply

Your email address will not be published.