ମହାପ୍ରଭୁଙ୍କୁ ଦର୍ଶନ କଲେ‌ ଅଭିନେତା ଗୋବିନ୍ଦା

0

ପୁରୀ : ବହୁବର୍ଷର ବନ୍ଧନରୁ ଆଜି ମୁକ୍ତ ହୋଇଛି । ଠାକୁରଙ୍କ କୃପାରୁ ସବୁ ଦୁଃଖ କଷ୍ଟ ଦୂର ହୋଇଛି । ରାଜନୀତିକୁ ଆସି ବହୁ ଦ୍ୱନ୍ଦ୍ୱରେ ପଡ଼ିଥିଲି । ହେଲେ ଦୈବୀ ଆଶୀର୍ବାଦରୁ କୌଣସି ବିବାଦରେ ଫସିନାହିଁ । ଆଜି ଶ୍ରୀମନ୍ଦିରକୁ ଆସି ସେସବୁରୁ ତ୍ରାହି ପାଇଛି । ଶ୍ରୀଜଗନ୍ନାଥଜୀଙ୍କ ଦର୍ଶନ ମାତ୍ରେ ସମସ୍ତ ଜାଲରୁ ମୁକ୍ତ ହୋଇଥିବା କହିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଜଗତର ହିରୋ ନମ୍ବର ୱାନ୍‌ ଗୋବିନ୍ଦା ।

ରବିବାର ମଧ୍ୟାହ୍ନରେ ଶ୍ରୀମନ୍ଦିରରେ ଧର୍ମପତ୍ନୀଙ୍କ ସହ ପ୍ରାୟ ଏକ ଘଣ୍ଟା ବିତାଇଛନ୍ତି ଗୋବିନ୍ଦା । ପୂଜାର୍ଚ୍ଚନା କରି ଠାକୁରଙ୍କ କୃପା ଭିକ୍ଷା କରିଛନ୍ତି । ଗୋବିନ୍ଦା କୁହନ୍ତି ରାଜନୀତି ଛାଡ଼ିଲା ପରେ ମଧ୍ୟ ବହୁ ଘାତ ପ୍ରତିଘାତ ଆସିଥିଲା । ୧୪/୧୫ ବର୍ଷ ଏଭଳି ସ୍ଥିତି ଥିଲା । ଠାକୁରଙ୍କ କୃପା ଥିଲା । ଦୈବୀ ଶକ୍ତି ନିର୍ଦ୍ଦେଶରୁ ନିଜ ବାବଦରେ ଅନେକ କଥା ଜାଣିବାକୁ ପାଇଲି । ଠାକୁରେ ସେଦିନ ସ୍ୱପ୍ନରେ ଆସିଥିଲେ । ଯେଉଁ ଦିବ୍ୟ ଅନୁଭୂତି ପାଇଛି ତାହା ବଖାଣି ହେବନାହିଁ । ଆଜି ଆସିବାର କୌଣସି ଯୋଜନା ନଥିଲା । ଠାକୁରେ ହିଁ ଟାଣି ଆଣିଛନ୍ତି । ଶ୍ରୀଜଗନ୍ନାଥ ତାଙ୍କୁ ସମସ୍ତ ବନ୍ଧନରୁ ମୁକ୍ତ କରିଛନ୍ତି । ଆଜି ମହାପ୍ରଭୁଙ୍କ କରୁଣା ଲାଭ କରି ଦିବ୍ୟ ଅନୁଭୂତି ଲାଭ କରି ଫେରୁଛି ।

Leave A Reply

Your email address will not be published.