ମହୁଲ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

0

କନ୍ଧମାଳ : ପାରିବାରିକ କଳହର କରୁଣ ପରିଣତି । ମହୁଲ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା କରିଛି l ମୃତକ ଜଣକ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ପିଅନପଡ଼lର ସଞ୍ଜୟ ବିଶିମାଝୀ l  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଘରେ କିଛି ଦିନ ହେଲା ପାରିବାରିକ ବିବାଦ ନେଇ କଳହ ଲାଗିରହିଥିଲା । ଯାହାଫଳରେ ମଙ୍ଗଳବାର ଦିନ କଳହ ଲାଗି ଯୁବକ ଜଣଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ଘରୁ କେଉଁଆଡେ ପଳାଇଥିଲେ । ବହୁ ଖୋଜା ଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ସକାଳ ସମୟରେ ଗାଁ ଲୋକ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଏକ ମହୁଲ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ପୁଲବାଣୀ ଟାଉନ୍‌ ଥାନା ପୋଲିସକୁ ଖବର ଦେଇଥିଲେ ।

ଏହାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏହାସହ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ସଦର ମହକୁମା ଡାକ୍ତରଖାନାକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଘଟଣାସଂପର୍କରେ ଅଧିକ ତଥ୍ୟ ହସ୍ତଗତ ହେବ ବୋଲି ପୋଲିସ ଆଶା ରଖିଛି ।

Leave A Reply

Your email address will not be published.