ମହୁଲ ଗୋଟାଇବା ହେଲା କାଳ, ହାତୀ ନେଇଗଲା ୨ଜଣଙ୍କ ଜୀବନ

0

ଅନୁଗୁଳ : ମହୁଲ ଗୋଟାଇବା ହେଲା କାଳ । ହାତୀ ନେଇଗଲା ୨ଜଣଙ୍କ ଜୀବନ । ଅନୁଗୁଳ ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ । ମୃତକଙ୍କ ନାମ ପଞ୍ଚାନନ ପାଣିଗ୍ରାହୀ(୬୦) ଏବଂ ସୁଆଗି ସେଠି(୫୦) ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଛେଣ୍ଡିପଦା ରାମଚନ୍ଦ୍ରପୁର ଗାଁରେ ୨ଜଣ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ । ଜଙ୍ଗଲରେ ମହୁଲ ଗୋଟାଉଥିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ଉଭୟ ମହିଳା ଓ ପୁରୁଷଙ୍କୁ  ହାତୀ ଆକ୍ରମଣ କରିଥିଲା । ଯାହାଫଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ମଧ୍ୟ ହାତୀଟି ନିକଟ ଜଙ୍ଗଲରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Leave A Reply

Your email address will not be published.