ମହୁମାଛି ଆକ୍ରମଣର ଜଣଙ୍କର ମୃତ୍ୟୁ

0

ରାୟଗଡ଼ା : ମହୁମାଛି ଆକ୍ରମଣର ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କଲୋରୀ ସାରକା ବୋଲି ଜଣାପଡିଛି । ତାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡିବାଲି ପଞ୍ଚାୟଚ ଯୁଗାପଦର ଗାଁରେ ଘଟିଛି ଘଟଣା ।

 

ଖବର ଅନୁଯାୟୀ, ବୃଦ୍ଧା ଜଣକ ପ୍ରତ୍ୟେକ ଦିନ ପରି ନିଜ ଜମି ଦେଇ ନଦୀକୁ ଗାଧୋଇବାକୁ ଯାଉଥିଲେ । ଠିକ୍‌ ଏହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ। ଫଳରେ ଗୁରୁତର ହୋଇ ସେଠାରେ ପଡିଥିଲେ । ନିକଟରେ ଥିବା କିଛି ଲୋକେ ଦୌଡ଼ି ଆସି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିବା ବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା l ତେବେ କିଛି ଲୋକ ବୃଦ୍ଧାଙ୍କୁ ଉଦ୍ଧାର ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଯାହାଫଳରେ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l

Leave A Reply

Your email address will not be published.