ମଝି ଆକାଶରେ ପାଇଲଟ୍‌ଙ୍କୁ ହାର୍ଟ ଆଟାକ୍

0

ନାଗପୁର : ୧୨୬ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିଲା ବିମାନ। ହେଲେ ଅଚାନକ ମଝି ଆକାଶରେ ପାଇଲଟ୍‌ଙ୍କ ହେଲା ହୃଦଘାତ। ଫଳରେ ବାଂଲାଦେଶର ବିମାନକୁ ମହାରାଷ୍ଟ୍ରର ନାଗପୁରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ପାଇଲଟ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିମାନ ଏୟାରଲାଇନ୍ସର ଏହି ବିମାନ ମସ୍କଟରୁ ଢାକା ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଯେବେ ଭାରତ ଉପର ଦେଇ ଉଡୁଥିଲା, ସେହି ସମୟରେ ପାଇଲଟ୍‌ଙ୍କ ହୃଦଘାତ ଆସିଥିଲା। ଏହି ସମୟରେ ବିମାନଟି ରାୟପୁର ନିକଟ ଦେଇ ଉଡୁଥିଲା ଏବଂ ଜରୁରୀକାଳୀନ ଅବତରଣ ପାଇଁ କୋଲକାତା ଏଟିସି ସହ ଯୋଗାଯୋଗ କରିଥିଲା।

ଜଣେ ଅଧିକାରୀ କହିଛନ୍ତି, ଯେତେବେଳେ ବିମାନର ଜରୁରୀକାଳୀନ ସ୍ଥିତିରେ ଅବତରଣ ପାଇଁ କୋଲକାତା ଏଟିସି ସହ ସଂପର୍କ କରାଗଲା, ସେହି ସମୟରେ  ବିମାନଟି ରାୟପୁର ପାଖରେ ଥିଲା। ତେଣୁ ନିକଟତମ ନାଗପୁର ବିମାନ ବନ୍ଦରରେ ଅବତରଣ କରାଇବାକୁ ପରାମର୍ଶ ଦେଇଥିଲୁ। ବିମାନ ୧୧ଟା ୪୦ରେ ନାଗପୁରରେ ଅବତରଣ କରିଥିଲା। ପାଇଲଟରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଉଲ୍ଲେଖନୀୟ ବାଂଲାଦେଶ ନିକଟରେ ଭାରତ ପାଇଁ ଉଡାଣ ସେବା ପୁଣି ଥରେ ଆରମ୍ଭ କରିଛି। କରୋନା ଭାଇରସ୍‌ ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ  ବନ୍ଦ ରହିଥିଲା।

Leave A Reply

Your email address will not be published.