ମାଲକାନଗିରିରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

0

ମାଲକାନଗିରି : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି ।

ଖବର ଅନୁଯାୟୀ, କୁମ୍ବିଂ ଅପେରସନ ପାଇଁ ବାହାରିଥିଲେ ସିଆରପିଏଫ୍‌ ଯବାନ । ଆବାପାଲି ଓ ବାସାଗୁଡ଼ା ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଚିଥିଲେ । ଯାହାଫଳରେ ସେହି ରାସ୍ତା ଦେଇ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ସିଲାଚାନ୍ଦ ମିଞ୍ଜ ବୋଲି ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି । ବିଜାପୁର ଏସ୍‌ପି କୋମଳ ଲୋଚନ କାଶ୍ୟବ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.