ମାଲକାନଗିରି-ଛତିଶଗଡ ସୀମାରେ ଏନ୍‌କାଉଣ୍ଟର

0

ମାଲକାନଗିରି : ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ୨ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏସିଏମ୍‌ କାବାସୀ ହୁଙ୍ଗା । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । କୋଣ୍ଟା ଥାନା ଅନ୍ତର୍ଗତ ମୋମପାଡ ଜଙ୍ଗଲରେ ମାଓବାଦୀ ଏକ କ୍ୟାମ୍ପ୍ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

ଏହାପରେ ଡିଆରଜି ବାହିନୀର ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ପରେ ଘଟଣାସ୍ଥଳରୁ ନକ୍ସଲମାନେ ପଳାୟନ କରିବା ପରେ ସେଠାରେ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ ।

ବର୍ତ୍ତମାନ ସୁଦ୍ଧା ଜଣେ ୨ ମାଓବାଦୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ଆଉ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୁକମା ଏସ୍‌ପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ ସହ ଭାରିମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.