ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ମାଲକାନଗିରି: ଦିନିକିଆ ମାଲକାନଗିରି ଗସ୍ତ କରିବେ ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ସଂସ୍କୃତି ଭବନଠାରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଉଛି । ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାମାନେ ଜିଲ୍ଲାରେ ଡେରା ପକାଇ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ହୋଇଉଠିଛି ମାଲକାନଗିରି । ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରୁଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂରା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ପୁଲିସ୍‌ ପକ୍ଷରୁ ଆଜି ମକ୍‌ ଡ୍ରିଲ୍‌ କରାଯାଇଛି । ବିଭିନ୍ନ ସ୍ଥାନରେ ଗାଡ଼ିମୋଟର ଚେକିଂ କରାଯାଉଛି । ଜିଲ୍ଲାର ଆନ୍ଧ୍ର,ଛତିଶଗଡ଼ ସୀମାକୁ ସିଲ୍‌ କରି ଦିଆଯାଇଛି । ସଭାସ୍ଥଳ ଜିଲ୍ଲା ସଂସ୍କୃତି ଭବନଠାରେ ପୁଲିସ୍‌ କଡ଼ା ପହରା ଦେଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ମାଳମାଳ ନେତା, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଦୁଇ ଦିନ ହେଲା ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି । ମାଓପ୍ରବଣ ଅଞ୍ଚଳରେ ଯବାନମାନେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ସଭାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରୁଛନ୍ତି ।

ଜିଲ୍ଲା ସଂସ୍କୃତି ଭବନ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଛାଇଯାଇଛି । ଏହାସହ ଉକ୍ତ ଭବନ ପରିସରରେ ସାଜସଜା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀମାନେ ମାଲକାନଗିରିରେ ରହି ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ଏଥିପାଇଁ ସମସ୍ତ ସରାକରୀ କଳକୁ ମଧ୍ୟ ଲଗାଯାଇଛି । ସରକାରୀ ଅଧିକାରୀମାନେ ମଧ୍ୟ କିଏ କେଉଁ ଜାଗାରେ ରହିବେ ତାର ତାଲିକା ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.