ମମତା, ବିଜେପି ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି

0

କୋଲକାତା: ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର ବାଙ୍କୁରାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ସେଠାରେ ସେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଅମିତ ଶାହଙ୍କ ର‍୍ୟାଲିରେ ଖୁବ୍‌ କମ୍‌ ଲୋକ ହେଉଥିବାରୁ ସେ ନିରାଶ ହୋଇପଡ଼ିଛନ୍ତି ।

ଦେଶକୁ ଚଳାଇବା ଛାଡ଼ି ସେ କୋଲକାତାରେ ବସିଛନ୍ତି ଓ ଟିଏମ୍‌ସି ନେତାଙ୍କୁ ବଦନାମ କରିବାକୁ, ସେମାନଙ୍କ ଉପରେ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର ରଚନା କରୁଛନ୍ତି । ଅନ୍ୟପଟେ ନିର୍ବାଚନ କମିଶନ ମୋ’ର ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ହଟାଇ ଦେଇଛନ୍ତି । ଶାହଙ୍କ ଇଙ୍ଗିତରେ ଏହା ହୋଇଛି । ବିଜେପି କ’ଣ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି?

ଏହା ମାଧ୍ୟମରେ ସେମାନେ ନିର୍ବାଚନ ଜିତିଯିବେ ବୋଲି ଭାବୁଛନ୍ତି । ଆମେ କିନ୍ତୁ ଡରିବା ଲୋକ ନୁହଁ । ଆମେ ରାଜ୍ୟରେ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ଚାହୁଁ । ରାଜ୍ୟରେ ବାହାରର ଗୁଣ୍ଡାଙ୍କୁ
ନିର୍ବାଚନ ଲଢ଼ିବାକୁ ଆମେ ଦେବୁନାହୁଁ । ବିଜେପି ବାହୁବଳ ମାଧ୍ୟମରେ ପଶ୍ଚିମବଙ୍ଗ ଜିତିବାକୁ ପ୍ରୟାସ କରୁଛି । କିନ୍ତୁ ସେଥିରେ ସଫଳ ହେବ ନାହିଁ ବୋଲି ସେ କହିଥିଲେ । ଏହି ସମୟରେ
ମମତା ମଞ୍ଚରେ ଚଣ୍ଡିପାଠ ମଧ୍ୟ କରିଥିଲେ ।

Leave A Reply

Your email address will not be published.