ମଞ୍ଚେଶ୍ଵର ମୁଣ୍ଡାସାହିରେ ହୋଇଥିବା ଗଣ୍ଡଗୋଳକୁ ନେଇ ଥାନା ଘେରାଉ

0

ଭୁବନେଶ୍ୱର : ମଞ୍ଚେଶ୍ଵର ମୁଣ୍ଡାସାହିରେ ହୋଇଥିବା ଗଣ୍ଡଗୋଳକୁ ନେଇ ଥାନା ଘେରାଉ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ଶତାଧିକ ଲୋକ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଖବର ଅନୁଯାୟୀ, ସାମାନ୍ୟ ବଚସାକୁ ନେଇ ଗତକାଲି ମୁଣ୍ଡାସାହିରେ ୪୦ରୁ ୫୦ ଯୁବକ ଖଣ୍ଡା ଓ ଭୁଜାଲି ବୁଲାଇବା ସହ ଅଧଘଣ୍ଟା ଧରି ଆତଙ୍କରାଜ ଚଳାଇଥିଲେ । ଘରଦ୍ବାର ଭାଙ୍ଗିବା ସହ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୫ରୁ ୬ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିଥିଲେ ବି ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଶେଷରେ ଏବେ ସ୍ଥାନୀୟଲୋକେ ମଞ୍ଚେଶ୍ୱର ଥାନା ଘେରାଉ କରିଛନ୍ତି । ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଦାବି ନେଇ ଥାନା ଘେରାଉ କରିଛନ୍ତି ସ୍ଥାନୀୟଲୋକ ।

Leave A Reply

Your email address will not be published.