ମନ୍ଦିର ପରିସରରେ ଗାମୁଛା ଲଗାଇ ଆତ୍ମହତ୍ୟା

0

ବାଲିଅନ୍ତା : ବାଲାପାଟଣା ଥାନା ସରକଣା ଗ୍ରାମ ଭଗବତୀ ମନ୍ଦିର ବେଢାରେ ଜଣେ ବ୍ୟକ୍ତି ବେକାର ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସରକଣା ଗ୍ରାମର ଟୁକୁନା ନାୟକ । ଆଜି ସକାଳୁ ଟୁକୁନା ମନ୍ଦିର ପରିସରରେ ଝୁଲୁଥିବା ଦେଖିବାକୁ ପାଇଥିଲେ ଫୁଲ ତୋଳିବାକୁ ଆସିଥିବା କିଛି ଗ୍ରାମବାସୀ ।

କେଉଁ କାରଣରୁ ଟୁକୁନା ଆତ୍ମହତ୍ୟା କରିଛନ୍ତ ତାହା ଜଣାପଡ଼ି ନାହିଁ । ତାଙ୍କର ମାନସିକ ବିକୃତ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ବାଳକାଟି ଫାଣ୍ଡି ପୋଲିସ ଖବର ପାଇ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

Leave A Reply

Your email address will not be published.