କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଛିନ୍ନମସ୍ତା ମନ୍ଦିରରେ ବଡଧରଣ ଚୋରି । ବୁଧବାର ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟ ଦ୍ବାର ଭାଙ୍ଗି ଦେବୀଙ୍କୁ ଲାଗି ହୋଇଥିବା ରୁପା ମୁକୁଟ, ଜିଭ, ଆଖି ସହିତ ମନ୍ଦିରର ହୁଣ୍ଡି ଓ କମିଟି କାର୍ଯ୍ୟାଳୟରେ ରହିଥିବା ଆଲମାରୀ ଭାଙ୍ଗି ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତମାନେ ଚୋରି କରି ନେଇଇଛନ୍ତି ।ମନ୍ଦିର କମିଟି ପକ୍ଷରୁ ଏକ ମାମଲା କବିସୂର୍ଯ୍ୟନଗର ଥାନାରେ ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମନ୍ଦିରଟି ଗାଁ ଠାରୁ ବହୁ ଦୂରରେ ରହିଥିବା କାରଣରୁ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କିଛି ମାସ ମଧ୍ୟରେ ଏହି ମନ୍ଦିରରୁ ତିନି ଥର ଚୋରି କରିଲେଣି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା