ମାର୍ବଲ ତଳେ ଚାଲିଗଲା ଜୀବନ

0

ବୌଦ୍ଧ,: ମାର୍ବଲ ତଳେ ଚାଲିଗଲା ଜୀବନ । ଟ୍ରକରୁ ଅନଲୋଡ୍ କରିବା ବେଳେ ପ୍ରାଣ ହରାଇଲେ ୨ ଶ୍ରମିକ । ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।

 

ସୂଚନାନୁସାରେ, ବୌଦ୍ଧ ରାଜନପାଲି ଛକରେ ଏକ ଟ୍ରକରୁ ମାର୍ବଲ ଅଲୋଡ୍ କରାଯାଉଥିଲା । ଏହି ସମୟରେ ୨ ଜଣ ଶ୍ରମିକ ମାର୍ବଲ ତଳେ ଚାପି ହୋଇଯାଇଥିଲେ । ଫଳରେ ଉଭୟ ପ୍ରାଣ ହରାଇଥିଲେ । ମୃତକ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ଵାମିତ୍ର ଦେହୁରୀ ଏବଂ ବୌଦ୍ଧ ବାପୁଜିନଗରର ପଞ୍ଚାନନ ନାଏକ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.