ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଶିଶୁଙ୍କର ମୃତ୍ୟୁ

0

ସୀତାମଢୀ: ବିହାରର ସୀତାମଢୀରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଶିଶୁଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର ଦିନ ପୁନୌରା ପୋଲିସ ଷ୍ଟେସନ ଅଂଚଳର ଏକ ଘର ନିକଟରେ ଏକ ବାଲି ବୋଝେଇ ଟ୍ରକ ଓଲଟି ପଡିଥିବା ବେଳେ ଏହି ଘଟଣା ଘଟିଛି । ଯେଉଁଥିରେ ଚାରି ପିଲାଙ୍କ ସମେତ ଆଠ ଜଣ ଟ୍ରକ ତଳେ ପୋତି ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୁର୍ଘଟଣାରେ ତିନି ପିଲାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ପରେ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୁନୌରା SHO ଶମ୍ଭୁନାଥ କହିଛନ୍ତି ଯେ ଡୁମ୍ରା-ପୁନୌରା ରାସ୍ତାରେ ଥିବା ମଧୁବନ୍ ଗ୍ରାମରେ ଏହି ଦୁର୍ଘଟଣା ଘଟିଛି । ଯେଉଁଠାରେ କିଛି ପିଲା ଘର ବାହାରେ ଖେଳୁଥିଲେ, କିଛି ଲୋକ ବସି କଥାବାର୍ତ୍ତା କରୁଥିଲେ । ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ଅନିୟନ୍ତ୍ରିତ ଭାବରେ ଓଲଟି ପଡିଥିଲା । ଯେଉଁଥିରେ ଖେଳୁଥିବା ପିଲାମାନଙ୍କ ସମେତ ଆଠ ଜଣ ବାଲି ତଳେ ଚାପି ହୋଇ ରହିଯାଇଥିଲେ । ଘଟଣା ପରେ ଟ୍ରକର ଡ୍ରାଇଭର ପଳାଇ ଯାଇଥିଲେ ।

ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପରେ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତର ମାନେ ତିନି ଶିଶୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟ ଆହତମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏହି ଦଶ ଚକିଆ ଟ୍ରକ ବାଲିରେ ଭର୍ତ୍ତି ହୋଇଥିବା ପୋଲିସ କହିଛି । ବାଲି ବେଆଇନ କିମ୍ବା ଆଇନଗତ ଭାବେ ଖନନ ହୋଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା ରିଗା ଅଭିମୁଖେ ଯାଉଥିଲା | ଟ୍ରକ ଭିତରେ ବାଲି ପରିବହନ ପାଇଁ କୌଣସି ରସିଦ ମିଳି ନାହିଁ ।

Leave A Reply

Your email address will not be published.