ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଖୁଣ୍ଟରେ ପିଟି ହୋାଇ ଚୁରମାର ହେଲା ଅଡି କାର

0

ବେଙ୍ଗାଲୁରୁ: କର୍ଣ୍ଣାଟକସ୍ଥିତ ବେଙ୍ଗାଲୁରୁ ନିକଟସ୍ଥ କୋରମଙ୍ଗଳା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୭ ଜୀବନ। ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବିକ ଏକ ଖୁଣ୍ଟିରେ ଅଡି କ୍ୟୁ-୩ ଗାଡ଼ି ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। କାରରେ ଥିବା ସମସ୍ତ ୭ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଟ୍ରାଫିକ୍‌ କମିଶନର ଡ.ବିଆର ରବିଚନ୍ତଗୌଡ଼ା।

ସେ ଆହୁରି କହିଛନ୍ତି, ଘଟଣାସ୍ଥଳରେ ହିଁ ୬ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ, ଡ୍ରାଇଭର ସମେତ ଆଉ କିଛି ସଦସ୍ୟ ମଦ ପିଇଥିଲେ। ରୋଡ ଖାଲିଥିବା ଦେଖି ଡ୍ରାଇଭର ବହୁତ ସ୍ପିଡରେ ଗାଡ଼ି ଚଳାଇଥିଲେ। ଯାହାଫଳରେ ଏଭଳି ଘଟଣା ଘଟଛି ବୋଲି ଟ୍ରଫିକ୍‌ କମିଶନର କହିଛନ୍ତି।

ଖବର ସରବରାହ ସଂସ୍ଥା ଏଏନଆଇରେ ପ୍ରକାଶିତ ଖବର ଅନୁଯାୟୀ, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରୁ ତାମିଲନାଡୁ ହୋସୁରର ଡିଏମକେ ବିଧାୟକ ୟାଇ ପ୍ରକାଶଙ୍କ ପୁଅ ଓ ବୋହୁଙ୍କର ମୃତ୍ୟୁ ହୋଇଛି। ଏନେଇ ବିଧାୟକ ସୂଚନା ଦେଇଛନ୍ତି।

Leave A Reply

Your email address will not be published.