ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ ତଳେ ଚାପି ହୋଇ ରହିଛନ୍ତି ୨ ଜଣ

0

ମୁନିଗୁଡା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଞ୍ଚରାଗୁଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ଓ ଟାଟା ମ୍ୟାଜିକ ଭ୍ୟାନ୍ ମୁହାଁମୁହିଁ ଧକା ହୋଇଛନ୍ତି। ଫଳରେ ଟାଟା ମ୍ୟାଜିକ ଭ୍ୟାନ୍‌ରେ ଥିବା ୨ ଜଣ ଟ୍ରକ୍ ତଳେ ଚାପି ହୋଇଯାଇଛନ୍ତି।

ସୂଚନାନୁଯାୟୀ, ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା ଅଭିମୁଖେ ଯାଉଥିବା ଏକ ଟାଟା ମ୍ୟାଜିକ ଭ୍ୟାନ୍ ମୁହାଁମୁହିଁ ଧକା ହୋଇଛନ୍ତି। ଫଳରେ ଟାଟା ମ୍ୟାଜିକ ଭ୍ୟାନ ଉପରେ ଟ୍ରକ୍ ଚଢିଯାଇଛି। ଭ୍ୟାନରେ ବସିଥିବା ୨ଜଣ ଟ୍ରକ ତଳେ ଚାପି ହୋଇଯାଇଛନ୍ତି। ଖବର ପାଇ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.