ମର୍ମନ୍ତୁଦ ଦୁର୍ଘଟଣା

0

ଜଳେଶ୍ୱର : ଜଳେଶ୍ୱର ଥାନା ୬୦ ନମ୍ବର ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ସ୍କୁଟିକୁ ପଛପଟୁ ଧକାଦେଲା ମାଲ ବୋଝେଇ କଣ୍ଟେନର । ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି । ମୃତକ ହେଲେ ଜଳେଶ୍ୱର ନୂଆବଜାର ଅଞ୍ଚଳର ଲକ୍ଷ୍ମୀ ଧର ପାତ୍ର । ଅନ୍ୟପଟେ କଣ୍ଟେନରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରୁକୁରେ ପୋଡି ନଷ୍ଟ ହୋଇଯାଇଛି।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କଲିକତା ଆଡୁ ବାଲେଶ୍ୱର ଆଡକୁ ଆସୁଥିବା ଏକ ମାଲ ବୁଝେଇ କଣ୍ଟେନର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହାଫଳରେ ସ୍କୁଟିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ତେବେ ସ୍କୁଟିରୁ ନିଆଁ ସୃଷ୍ଟି ହୋଇ କୁରୁକୁରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଜଳେଶ୍ୱର ଓ ବସ୍ତା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କୁରକୁରେ ପୋଡି ନଷ୍ଟ ହୋଇଥିଲା ବେଳେ ସ୍କୁଟି ଚାଳକର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.