ମର୍ମନ୍ତୁଦ ସଡକ ଦୁର୍ଘଟଣା

0

ଚୌଦ୍ବାର : ମର୍ମନ୍ତୁଦ ସଡକ ଦୁର୍ଘଟଣା । OSRTC ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କଟକ ଟାଙ୍ଗୀ ବୈଂଚୁଆ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିନି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଟାଙ୍ଗୀ ବୈଂଚୁଆ ଛକ ନିକଟରେ OSRTC ବସ୍ ଧକ୍କାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ତେବେ ଚଣ୍ଡିଖୋଲରୁ କଟକ ଆସୁଥିବା ବସ୍ ଟି ଏହି ଦୁର୍ଘଟଣା ଘଟାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Leave A Reply

Your email address will not be published.