ମର୍ମନ୍ତୁଦ ସଡକ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିକା କାର୍

0

ଆନନ୍ଦପୁର : ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାରରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, କେନ୍ଦୁଝରରେ ରହୁଥିବା ଅଶୋକ ଦେବତା ନିଜ ମାଇଁ ଶଶିକଳା ପଣ୍ଡା ଓ ଭାଇବୋହୂ ନିବେଦିତା ତ୍ରୀପାଠୀଙ୍କୁ ସାଙ୍ଗରେ ଧରି କାର ଯୋଗେ ପୈତୃକ ଗାଁ ଯାଜପୁର ଟାଉନ୍ ଯାଉଥିଲେ। ଏହି ସମୟରେ ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଦୁର୍ଘଟଣା ଘଟିଛି। ଏହି ରାସ୍ତା ଦେଇ ଯାଉଥିବା ଜଣେ ସ୍ଥାନୀୟ ନେତା ସମସ୍ତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶଶିକଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.