ମର୍ମନ୍ତୁକ ସଡ଼କ ଦୁର୍ଘଟଣା

0

କୋଲକାତା, : ପଶ୍ଚିମବଙ୍ଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତକାଲି ରାତିରେ ଦକ୍ଷିଣ ବଙ୍ଗର ବେରୁଇପୁର ନିକଟ ଏକ କେନାଲରେ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଖସିପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ପାଖାପାଖି ୧୭ ଜଣ ଆହାତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କୋଲକାତା ଠାରୁ ଦକ୍ଷିଣରେ ୬୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ହୋଇଛି । ମଧ୍ୟ ରାତ୍ରିରେ କୋଲକାତା ଅଭିମୁଖେ ଆସୁଥିବା ଏହି ଭ୍ୟାନ୍‌ଟି ବକୁଲତଳାରେ ଭାରସାମ୍ୟ ହରାଇ କେନାଲ୍‌ ମଧ୍ୟକୁ ଖସି ପଡ଼ିଥିଲା । ଏହି ଭ୍ୟାନ୍‌ ଭିତରେ ରାଜମିସ୍ତ୍ରୀ କାମ କରୁଥିବା ଅଧିକାଂଶ ଲୋକ ଥିବା ଜଣା ପଡ଼ିଛି ।

ଭ୍ୟାନ୍‌ ଏବଂ ପାରିପାର୍ଶ୍ୱିକ ସ୍ଥିତିକୁ ଲକ୍ଷ୍ୟ କଲେ ଜଣା ପଡ଼ୁଛି ଯେ, ପ୍ରଥମେ ଭ୍ୟାନ୍‌ଟିର ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ଲାଇଟ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା । ପରେ ଏକ ଗଛ ଦେହରେ ମାଡ଼ ହୋଇ କେନାଲ ମଧ୍ୟକୁ ଖସିପଡ଼ିଥିଲା । ସ୍ଥାନୀୟ ଅଞ୍ଚଳବାସୀ ଭ୍ୟାନ୍‌ରୁ ଆହାତଙ୍କୁ ଉଦ୍ଧାର କରିଥିଲେ । ପରେ ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହାତଙ୍କୁ ଡାକ୍ତରଖାନା ପଠାଇଥିବା ଜଣାପଡ଼ିଛି ।

ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୭ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨-୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବକୁଲତଳା ପୋଲିସ୍‌ ସୂଚନା ଦେଇଛି ।

Leave A Reply

Your email address will not be published.