ମର୍ମନ୍ତୁଦ ସଡକ ଦୁର୍ଘଟଣା

0

ସାଲେପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀ-ସ୍ତ୍ରୀ ଗୁରୁତର । ଏଭଳି ଅଘଟଣ ଘଟିଛି କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ଛକରେ। ଗୁରୁତର ସ୍ବାମୀ-ସ୍ତ୍ରୀ ହେଲେ ଭଦ୍ରକ ଚାନ୍ଦବାଲି ଯନ୍ତୁଆଲି ଅଞ୍ଚଳର ବାପୁ ଧଳ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ସାହୁ ।

ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଉଭୟ ସ୍ବାମୀ-ସ୍ତ୍ରୀ ବାଇକ୍ ଯୋଗେ ଭଦ୍ରକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାରରେ ସେମାନଙ୍କୁ ଟ୍ରକ୍ ଧକ୍କା ଦେଇଥିଲେ । ଫଳରେ ଉଭୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ସାଲେପୁର ମେଡିକାଲକୁ ଆଣାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଡ୍ରାଇଭରକୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.