ମରୁଡି ଯୋଗୁଁ ଜଣେ ଭାଗ ଚାଷୀ ଆତ୍ମହତ୍ୟା

0

ବଲାଙ୍ଗିର : ମରୁଡି ଯୋଗୁଁ ଜଣେ ଭାଗ ଚାଷୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ କାଦବେଡା ଗାଁର ରିଚେକ ବନଛୋର । ତାଙ୍କ ବୟସ ୬୬ ବର୍ଷ । ଗୁରୁବାର ରାତିରେ ବିଷ ପିଇଦେଇଥିଲେ । ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜକୁ ଆଣିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।

 

ତାଙ ପୁଅ ପବିତ୍ରଙ୍କ ଅଭିଯୋଗ ଅନୁସାରେ, ସେ ୫ ଏକର ଜମି ଭାଗରେ ଆଣି କପା ଚାଷ କରିଥିଲେ । ତାଙ୍କ ଦୁଇ ପୁଅ ମଧ୍ୟ ଚାଷରେ ସହଯୋଗ କରିଥିଲେ । ଏଥିପାଇଁ କିଛି ଧାର ଉଧାର ଆଣିଥିଲେ । ହେଲେ ବର୍ଷା ହୋଉନଥିବାରୁ କପା ଗଛ ମରିଗଲାଣି । ତେଣୁ ଅଧିକାଂଶ ସମୟ ଚାନ୍ତାରେ ରହୁଥିଲେ । ତେଣୁ ଗୁରୁବାର ରାତିରେ ବିଷ ପିଇଦେଇଥିଲେ । ପରିବାର ଲୋକେ ତାଙ୍କୁ କାଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ତାକୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ରେଫର କରାଯାଇଥିଲା । ତେବେ ତାଙ୍କର ବାଟରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.