ମାସ ଶେଷ ୪ ଦିନ ବ୍ୟାଙ୍କ ବନ୍ଦ

0

ଭୁବନେଶ୍ବର : ଅଗଷ୍ଟ ମାସ ଶେଷ ହେବାକୁ ଯାଉଥିବା ବେଳେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ମାସ ସରିବାକୁ ୭ ଦିନ ବାକି ଥିବା ବେଳେ ଶେଷ ୪ ଦିନ ବ୍ୟାଙ୍କ ବନ୍ଦ। ୨୮,୨୯,୩୦ ଏବଂ ୩୧ ଅଗଷ୍ଟରେ ବ୍ୟାଙ୍କ ଛୁଟି ଥିବା ବେଳେ ସମସ୍ତ ଜରୁରୀ କାର୍ଯ୍ୟ କରିନିଅନ୍ତୁ । ଅଗଷ୍ଟ ୨୦୨୧ ପାଇଁ ଆରବିଆଇ ପକ୍ଷରୁ ଜାରି ବ୍ୟାଙ୍କ ଛୁଟି ଅନୁସାରେ, ଏହି ମାସରେ ମୋଟ ୧୫ଟି ଛୁଟି ଥିଲା। ଏବେ ଆହୁରି ୪ଟି ଛୁଟି ବାକି ରହିଛି।

 

୨୮ ଅଗଷ୍ଟରେ ଏହି ମାସର ଚତୁର୍ଥ ଶନିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୨୯ ଅଗଷ୍ଟ ରବିବାର ପଡ଼ୁଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ । ୩୦ ଅଗଷ୍ଟରେ ଜନ୍ମାଷ୍ଟମୀ ଥିବାରୁ ଦେଶର ଅଧିକାଂଶ ସହରରେ ବ୍ୟାଙ୍କ ବନ୍ଦ ରହିବ । କିନ୍ତୁ ସମସ୍ତ ସହରରେ ବ୍ୟାଙ୍କ ଛୁଟି ହୋଇନପାରେ । କାରଣ ଆରବିଆଇ ସମସ୍ତ ଉତ୍ସବକୁ ନଜରରେ ରଖି ଭିନ୍ନ ଭିନ୍ନ ସହର ପାଇଁ ଛୁଟି ସୂଚୀ ବାହାର କରିଛି । ୩ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ୩୧ ଅଗଷ୍ଟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ହାଇଦ୍ରାବାଦର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।

 

୨୮ ଅଗଷ୍ଟ ୨୦୨୧- ଚତୁର୍ଥ ଶନିବାର

 

୨୯ ଅଗଷ୍ଟ ୨୦୨୧- ରବିବାର

 

୩୦ ଅଗଷ୍ଟ ୨୦୨୧- ଜନ୍ମାଷ୍ଟମୀ

 

୩୧ ଅଗଷ୍ଟ ୨୦୨୧- ଜନ୍ମାଷ୍ଟମୀ (ହାଇଦ୍ରାବାଦ)

Leave A Reply

Your email address will not be published.